ମାଓକ୍ୟାମ୍ପରେ ତଲାସୀ ୬ ଶହ ଡିଟୋନେଟର ଜବତ

ଭୁବନେଶ୍ୱର: ଗୁମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ରଖିଥିଲେ  । ଏନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଡିଭିଏଫର ଏକ ୟୁନିଟ୍ ଚଢ଼ାଉ କରିଥିଲେ  । ବୋମା ସ୍କ୍ୱାର୍ଡ଼ ସହ ସେମାନେ ଜଙ୍ଗଲରେ ଛାନଭିନ କରିଥିଲେ  । ଗୋଟିଏ ସ୍ଥାନ ଖୋଳିବା ପରେ ସେଠାରୁ ୬ ଶହ ଡିଟୋନଟର ଓ ଗୋଟିଏ ରିମୋଟ ଜବତ କରାଯାଇଛି  । ସୁରକ୍ଷାକର୍ମୀଙ୍କ ଉଦେ୍ଦଶ୍ୟରେ ଏହାକୁ ବ୍ୟବହାର କରିବା ପାଇଁ ରଖାଯାଇଥିଲା  । ଏବେବି ସର୍ଚ୍ଚ ଜାରିରହିଛି ବୋଲି ଆଣ୍ଟି ନକ୍ସଲ ଅପରେସନର ଏଡ଼ିଜିପି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି  ।