ସୁଇସାଇଡ଼ ଡ୍ରୋନ


ଭାରତ-ପାକ ମହାମୁକାବିଲାରେ ସ୍ୱଦେଶୀ ସୁଇସାଇଡ଼ ଡ୍ରୋନର ବ୍ୟବହାର କରାଯାଇଛି  । ଏହାକୁ ସ୍କାଏ ଷ୍ଟ୍ରାଇକର ବୋଲି ମଧ୍ୟ କୁହାଯାଉଛି  । ଅପରେସନ ସିନ୍ଦୁର ବେଳେ ସୁଇସାଇଡ଼ ଡ୍ରୋନ ବି ଧମାଲ୍‌ କରିଥିଲା  । କ୍ରୁଜ କ୍ଷେପଣାସ୍ତ୍ର, ହାମର ବୋମା ସହ ଏହି ଡ୍ରୋନ ବି ପାକର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା  । ଏହା ୫ କେଜିର ଅସ୍ତ୍ର ପରିବହନ କରିପାରିବ  । ଆକାଶ ମାର୍ଗରେ ୧୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦୀ କରିବାର ସାମର୍ଥ୍ୟ ରଖିଛି  ।