ମୁର୍ଗା ମହାଦେବ ରାସ୍ତାର ନବୀକରଣ ପାଇଁ ବୈଠକ

 ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ବିଲେଇପଦା ଠାରୁ ମୁର୍ଗା ମହାଦେବ ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଭରିଯାନ ଟ୍ରକ ଚାଲୁଥିବାରୁ ବର୍ଷା ଦିନରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଅଭିଷେକ କିରିବା ପାଇଁ ଚାରିଦିଗରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଏହି ରାସ୍ତା ଦେଇଯିବା ବେଳକୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରୁ ୨୨ କୋଟି ୧୪ ଲକ୍ଷ ଅନୁମୋଦନ ହୋଇଥିଲେ ସୁଦ୍ଧା କିତାବେଡା ଏବଂ ସିଆଲ ଯୋଡ଼ା ଗ୍ରାମରେ ଗ୍ରାମସଭା ସଫଳ ହୋଇପାରିନଥିବା ଯୋଗୁଁ ନୂତନ ରାସ୍ତାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ୨୦୨୦ ମସିହାରୁ ବନ୍ଦ ରହିଛି । ଅଞ୍ଚଳବାସୀଙ୍କ ଅସୁବିଧା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେଇ ପ୍ରଶାସନ ଏହି ପରିପ୍ରେକ୍ଷୀରେ ତତ୍ପରତା ଦେଖାଇ ମଙ୍ଗଳବାର ଦିନ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ମୁର୍ଗମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆଯୋଜନ କରିଥିଲେ । ଏହି ବୈଠକରେ ରାସ୍ତାର କିପରି ତୁରନ୍ତ ନବୀକୋରଣ ସହ ମରାମତି କରାଯିବଏ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସଭାରେ ଉପଜିଲ୍ଲାପାଳ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ,ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ କ୍ରାକୋର୍ସ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ୮ ଦିନ ଭିତରେ  ୧୦ ମିଟର ଚଉଡା ରାସ୍ତାର ନୋବିକରଣ କରିବା ପାଇଁ  ନିଦେ୍ର୍ଦଶ ଦେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ମାନେ ବି ଏହି ପ୍ରସ୍ତାବ ରେ ଲିଖିତ ଭାବେ ରାଜି ହୋଇଥିଲେ । ରାସ୍ତା କାମର ଗୁଣବତ୍ତା ଏବଂ କମ୍ପାନୀ ମାନେ କୋଉ ଅନୁପାତ ରେ ରାସ୍ତା କାମ କରୁଛନ୍ତି ତାହାର ତତ୍ୱାବଧାନ କରିବା ପାଇଁ ପି.ଡବ୍ଲୁ.ଡି ବିଭାଗର ବୁଦ୍ଧିଆ ମାରାଣ୍ଡିଙ୍କୁ ଉପଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଶ୍ରାବଣ ମାସର ଆଗକୁ  ବଞ୍ଚିଥିବା ସୋମବାର ରେ ଭକ୍ତ ମାନଙ୍କ ପାଇଁ ଲାଇଟ,ଆଶୟ ସ୍ଥଳ, ବ୍ୟାପକ ସିକୁରିଟି ଗାର୍ଡ,ଖାଇବା ବ୍ୟବସ୍ଥା ଇତ୍ୟାଦି କୁ ଗୁରତ୍ୱ ଦେବା ପାଇଁ କମ୍ପାନୀ ମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ କମ୍ପାନୀ ମାନେ ପୂର୍ଣ୍ଣ ସହଯୋଗ କରିବା ସହ ବ୍ୟବସ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଦେଖିବାକୁ ମିଳିଥିଲା । ପରିଶେଷରେ ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିଷ ବେହେରା ସଭା ସାଙ୍ଗ କରିଥିଲେ । ବୈଠକରେ ବଡ଼ବିଲ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ତହସିଲଦାର ରାକେଶ ପଣ୍ଡା, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଦେଓଝର ସରପଞ୍ଚ ଧ୍ରୁବ ଚରଣ ନାଏକ, ନାଏବ ସରପଞ୍ଚ କାଦମ୍ବିନୀ ନାଏକ, ସମିତି ଲକ୍ଷ୍ମୀ ମୁଣ୍ଡା,  ୱାର୍ଡ ମେମ୍ୱର ବନିତା ବେହେରା, ଆଇନଜୀବୀ ରମେଶ ପ୍ରଧାନ, ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା, ପୁର୍ବତନ ସମିତି ସଭ୍ୟ ଯୁଧିଷ୍ଠିର ପଲେଇ,  ପୂର୍ବତନ ଜିଲ୍ଲାପରିଷଧ  ତଥା ମୁର୍ଗା ମନ୍ଦିର କମିଟି ସଦସ୍ୟ ବୀର ନାଏକ,ବାବୁଆ ବାନା, ଜଗନ୍ନାଥ ପାଣିଗ୍ରାହୀ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।