‘ସକ୍ଷମା’ର ତୃତୀୟ ବୈଠକ

ଭୁବନେଶ୍ୱର : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ‘ସକ୍ଷମା’ର ତୃତୀୟ ବୈଠକ  ଭିନ୍ନକ୍ଷମ ଆୟୁକ୍ତ  ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ବୈଠକରେ ଅତିରିକ୍ତ ନିଦେ୍ର୍ଦଶକ (ଜନସ୍ୱାସ୍ଥ୍ୟ), ଡା ରେଖା ଭଗତ ଓଡିଶା ରାଜ୍ୟର ଭିନ୍ନକ୍ଷମମାନଙ୍କୁ ୟୁଡିଆଇଡି କାର୍ଡ ଯୋଗାଇଦେବା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଓ ବଳକା ରହିଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଏହା କିପରି ଶୀଘ୍ର ପ୍ରଦାନ କରାଯାଇ ପାରିବ ତାହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ବିଚାର କରୁଛନ୍ତି ବୋଲି କହିଥିଲେ  ।
 ହସ୍ପିଟଲଗୁଡିକରେ ଭିନ୍ନକ୍ଷମ ରୋଗୀମାନଙ୍କୁ ଧାଡିରେ ଆସିବାକୁ ନ କହି ଆଇନ ତଥା ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ଅଗ୍ରାଧିକାର ଦିଆଯାଉ ବୋଲି ଭିନ୍ନକ୍ଷମ ଆୟୁକ୍ତ ମତ ରଖିଥିଲେ  । ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ଅରବିନ୍ଦ ମହାନ୍ତି ସରକାରୀ ଯୋଜନା ସମ୍ବନ୍ଧରେ ସବିଶେଷ ତଥ୍ୟ ଓ ଭିନ୍ନକ୍ଷମମାନଙ୍କ ବ୍ୟବହର ପାଇଁ ଉଦ୍ଦିଷ୍ଟ ଉପକରଣଗୁଡିକୁ ସେମାନଙ୍କ ନିକଟରେ ସହଜରେ ପହଞ୍ଚାଇବା  ପାଇଁ ପ୍ରତି ବ୍ଲକରେ ଏକ ସୁବିଧା କେନ୍ଦ୍ର  ଖୋଲିବା ଉପରେ ଦୃଢମତ ପୋଷଣ କରିଥିଲେ  । ଏସଭିନିରତାର ନିଦେ୍ର୍ଦଶକ ଡା ପତିତପାବନ ମହାନ୍ତି ଭିନ୍ନକ୍ଷମମାନଙ୍କ ନିମନ୍ତେ ଏସଭିନିରତାରରେ ଉପଲବ୍ଧ ବିଭିନ୍ନ ଯୋଜନା ଓ ପ୍ରଶିକ୍ଷଣ କାର୍ଯ୍ୟାକ୍ରମ ବିଷୟରେ ସୂଚନା ଦେଇଥିଲେ । ବିଶଦ ଆଲୋଚନାରେ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଭାଗ ନେଇଥିଲେ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଓ କଟକ ସେମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଭିନ୍ନକ୍ଷମ ଆୟୁକ୍ତଙ୍କ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ବୈଠକରେ ଯୋଗଦେଇଥିବା ସମସ୍ତ ଅଧିକାରୀ, ବ୍ୟକ୍ତିବିଶେଷ ଓ ଗଣମଧ୍ୟମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।   
ଆୟୁକ୍ତଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ  ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ  । ତାପରେ ଭିନ୍ନକ୍ଷମ ଆୟୁକ୍ତ ମିଟିଂର ଉଦେ୍ଦଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ରେଡିଓ ଉଡାନ ର ପ୍ରତିଷ୍ଠାତା ଡକ୍ଟର ଦାନିଷ ମହାଜନ ଭିଡିଓ କନଫେରେନ୍ସ ମାଧ୍ୟମରେ ଯୋଗଦେଇ ଦେଶବିଦେଶର ଭିନ୍ନକ୍ଷମ ସମ୍ପର୍କିତ ବିଭିନ୍ନ ଘଟଣାବଳୀ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ  । ଏହି ବୈଠକରେ ଏସସିବି ମେଡିକାଲ କଲେଜ ଇଏନଟି ମୁଖ୍ୟ ପ୍ରଫେସର ସ୍ମୃତି ସ୍ୱାଇଁ ଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।