ଆସିକାରେ ଭୂ–ବନେ୍ଦାବସ୍ତ ନିଦେ୍ର୍ଦଶନାମା ଜାରି
ଆସିକା : ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଞ୍ଚଟି ମୌଜାରେ ଭୂ- ବନେ୍ଦାବସ୍ତ କରିବା ନେଇ ନିଦେ୍ର୍ଦଶନାମା ଗତ ୨୯ ତାରିଖରେ ପ୍ରକାଶିତ ହୋଇଛି । ପ୍ରକାଶିତ ନିଦେ୍ର୍ଦଶନାମା ଅନୁଯାୟୀ ଆସିକା ଖମ୍ବେଶ୍ୱରୀ ପାଟଣା, ପାକଲାପଲ୍ଲୀ, ନରସିଂହ ପଲ୍ଲୀ, ସୁନାମ୍ବ ଓ ଆସିକା ରାଜସ୍ୱ ଗ୍ରାମରେ ଭୂ- ବନେ୍ଦାବସ୍ତ କରିବା ନେଇ ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ଦେବ ରଞ୍ଜନ ସିଂହଙ୍କ ସ୍ୱାକ୍ଷରରେ ପତ୍ରସଂଖ୍ୟା- ୧୫୮୯୯ ରେ ପ୍ରକାଶିତ ହୋଇଛି । ଆସିକା ସହରାଞ୍ଚଳ ଓ ଆଖପାଖ ଗ୍ରାମରେ ଭୁ ବନେ୍ଦାବସ୍ତ ହୋଇନଥିବାରୁ ସ୍ଥାୟୀ ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ସାଧାରଣ ଜନତାଙ୍କ ବାସଗୃହ ଓ ଚାଷ ଜମିର ପଟ୍ଟା ନଥିବାରୁ ନିଜର ଅସମୟରେ ବିକ୍ରୀ କିମ୍ବା ବ୍ୟାଙ୍କ୍ ଋଣ ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଭୂ-ବନେ୍ଦାବସ୍ତ କରି ସ୍ଥାୟୀ ପଟ୍ଟା ଯୋଗାଇବାକୁ ସରକାରଙ୍କ ନିକଟରେ ବହୁ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା । ଗତ ୨୦୧୭ ମସିହାରେ ଭୂ-ବନେ୍ଦାବସ୍ତ କରି ପଟ୍ଟା ଯୋଗାଇବାକୁ ନେଇ ମଧ୍ୟ ସରକାରୀ ସ୍ତରରେ ନିଦେ୍ର୍ଦଶ ନାମା ପ୍ରକାଶ ପାଇଥିଲା । ଏହି ୫ ଟି ମୌଜାର ସମସ୍ତ ଜମି ରେକର୍ଡ ଭୁକ୍ତ ହୋଇରହିଛି ଏବଂ ବିଳମ୍ବ ନକରି ଆସିକାବାସୀଙ୍କୁ ଭୂ-ବନେ୍ଦାବସ୍ତ କରି ସ୍ଥାୟୀ ପଟ୍ଟା ଯୋଗାଇବାକୁ ସରକାର ଚୁଡାନ୍ତ ପଦକ୍ଷେପ ନେବେ ବୋଲି ଆଶା ଓ ବଶ୍ୱାସରେ ଅଞ୍ଚଳବାସୀ ରହିଛନ୍ତି । ପୁରୁଣା ରାଜସ୍ୱ ଦଲିଲକୁ ଯାଞ୍ଚ କରି ଆବେଦନକାରୀ ସମସ୍ତଙ୍କୁ ହାତ ଲିଖିତ ପଟ୍ଟା ଦିଆଯିବ ପାଇଁ ସ୍ଥିର ହୋଇଛି । ଏହି ନିଦେ୍ର୍ଦଶନାମା ଉପରେ ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇ ନଥିଲା ।