ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର :  ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କର ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଓ-ହବ୍ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସବିଶେଷ ସମୀକ୍ଷା କରିଥିଲେ ।  ଏହି ଅବସରରେ ଉଦ୍ୟମିତା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବିଶେଷ ପ୍ରଚେଷ୍ଟା କରିବା ପାଇଁ ଅଧିକାରୀଙ୍କୁ କହିଥିଲେ । ମହିଳା ନେତୃତ୍ୱାଧୀନ ଏମଏସଏମଇ କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ୧୩ତମ ସ୍ଥାନରେ ଥିବା ବେଳେ ଆଗାମୀ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ  । 
ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଓ ବିଭାଗ ଅନ୍ତର୍ଗତ ସମସ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ସମୀକ୍ଷା କରି ଲୋକଙ୍କ ପାଇଁ ନୀତିନିଷ୍ଠ କର୍ତ୍ତବ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କର ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମ, ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ, ପିଏମ୍-ବିଶ୍ୱକର୍ମା ଏବଂ ଓଡିଶା ସରକାରଙ୍କର ସିଏମ୍-ଶ୍ରିମ୍, ବିଭିନ୍ନ ନୀତି ଅଧୀନରେ ଦିଆ ଯାଉଥିବା ଆର୍ଥିକ ଏବଂ ଅଣ ଆର୍ଥିକ ପ୍ରୋସôାହନଗୁଡିକର ସମୀକ୍ଷା କରିଥିଲେ  । ଜିଲ୍ଲାସ୍ତରର କାର୍ଯ୍ୟକାରିତା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପରିଚାଳକମାନେ ଉପସ୍ଥାପନ କରିଥିଲେ ।
 ଏହି ସମୀକ୍ଷା ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡି.  ପ୍ରଶାନ୍ତ କୁମାର ରେଡ୍ଡୀ, ରପ୍ତାନୀ ପ୍ରୋସôାହନ ଓ ବିପଣନ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ସଞ୍ଜୟ କୁମାର ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ମହେଶ କୁମାର ଚୌଧୁରୀ, ଅତିରିକ୍ତ ଶିଳ୍ପ ନିଦେ୍ର୍ଦଶକ ପ୍ରଭୁ ପ୍ରସାଦ ଚୌଧୁରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ସମୁଚିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।