ମଞ୍ଚା ଗଣେଶ ପୂଜା କମିଟି ପକ୍ଷରୁ ପ୍ରସ୍ତୁିତି ବୈଠକ: ରାଜଧାନୀରେ ପ୍ରଥମ ପିତ୍ତଳ ମେଢ

 ଭୁବନେଶ୍ୱର: ପୂର୍ବ ବର୍ଷ ପରି ଚଳିତ ବର୍ଷ ଚାରନାରାୟଣୀ ଯୁବକ ସଂଘ ମଞ୍ଚା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ବହୁ ଆଡ଼ମ୍ବରରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ କମିଟିର ୩୫ତମ ବର୍ଷ ପାଳନ ଅବସରରେ କଟକ ସହରର ସୁନାମଧନ୍ୟ ତାରକସୀ କାରୀଗରମାନଙ୍କ ଦ୍ୱାରା ୧୫୦କେଜି ଓଜନର ଏକ ନୂତନ ପିତ୍ତଳ ମେଢ଼ ନିର୍ମାଣ କରାଯାଇଛି । ସେହିପରି ପୂଜାର ବଜେଟ ୭ଲକ୍ଷ ଧାର୍ଯ୍ୟ କରାଯାଇଛି ଏହା ସହ ୨୦୦୦ (ଦୁଇ ହଜାର) ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୫୦ଜଣ ଭଲୁ୍ୟଣ୍ଟର ନିୟୋଜିତ କରାଯାଇଛି । ଭଷାଣୀ ଶୋଭାଯାତ୍ରା ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଭେଙ୍କେଣ୍ଟେଶ୍ୱର ବ୍ରାସ୍ବ୍ୟାଣ୍ଡ ସହିତ ବଲାଙ୍ଗୀରର ଘଣ୍ଟବାଦ୍ୟ ଏବଂ ପାରମ୍ପରିକ ଲୋକ ନୃତ୍ୟର ଆୟୋଜନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ସମର୍ଥା, ଚିତ୍ତରଞ୍ଜନ ନାୟକ, ଶିଶିର ସମର୍ଥା, ସୁବାଷ ବାରିକ୍, ଦିଲ୍ଲିପ କୁମାର ବେହେରା, ଶ୍ରୀଜିତ୍ ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।