ପୂଜା କରୁଥିଲେ, ଦୀପ ନିଆଁରେ ଜଳିଗଲେ
ଜଟଣୀ : ଠାକୁର ପୂଜା କରୁଥିଲେ । ଧୂପ ଦୀପ ନୈବେଦ୍ୟ ସମର୍ପି ପରିବାରର ମଙ୍ଗଳ କାମନା କରୁଥିଲେ । ହେଲେ ଦୀପରୁ ନିଅାଁ ଲାଗି ଜଣେ ମହିଳାଙ୍କର ମୃତୁ୍ୟ ଘଟଣା ଶୋକର ଛାୟା ଖେଳାଇ ଦେଇଛି । ତେବେ ଅସାବଧାନତା ଯୋଗୁଁ ଦୀପରୁ ନିଆଁ ଲାଗିଯାଇଛି ନା ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ ହେଉଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ୧୦ଟାରେ ଜଟଣୀ ଥାନା ଅନ୍ତର୍ଗତ ରଥିପୁର ଟାଙ୍ଗୀ ସାହି ଅଞ୍ଚଳରେ ରୀନା ପ୍ରଧାନ ନାମକ ଜଣେ ୫୨ ବର୍ଷୀୟା ମହିଳା ଠାକୁର ଘରେ ପୂଜା କରୁଥିବା ବେଳେ ଦୀପ ନିଆଁରେ ଜଳି ଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ନିଆଁ ଧାସରୁ ଉଦ୍ଧାର କରିବା ପରେ ପୁଲିସ ସହାୟତାରେ ଚିକିସôା ନିମନ୍ତେ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।