ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କଳାହାଣ୍ଡି ଗସ୍ତ : ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା
ଭବାନୀପାଟଣା : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଟିତ ବିଶାଳ ତ୍ରୀରଙ୍ଗା ବାଇକ୍ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଏହି ବାଇକ୍ ରାଲି ନକଟିଗୁଡା ନିକଟସ୍ଥ ଭାରତରନô ବାବା ସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଉପ ମୁଖ୍ୟମନ୍ତ୍ରୀ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ତ୍ରୀରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ବାଇକ୍ ରାଲିରେ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରା ପରେ ଉପ ମୁଖ୍ୟମନ୍ତ୍ରୀ ଅଟଙ୍ଗଗୁଡା ଗସ୍ତ କରି ସେଠାରେ ନବନିର୍ମାଣ ହୋଇଥିବା ସକ୍ଷମ ଅଙ୍ଗନବାଡି କେନ୍ଦ୍ରର ଶୁଭ ଉଦଘାଟନ କରି ଜିଲ୍ଲାପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସରକାରଙ୍କର କାର୍ଯ୍ୟକରି ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷ କରି ସୁଭଦ୍ରା ଯୋଜନାରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେ ଦିଗରେ ଯନôବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ, ଯୋଗାଣ,ଜଙ୍ଗଲ ଓ ପରିବେଶ, କୃଷି, ଜଳସେଚନ, ମିଶନ୍ ଶକ୍ତି, କୃଷି,ପର୍ଯ୍ୟଟକ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ କିପରି କରାଯିବ, ବିଶେଷ କରି ମହିଳା ମାନେ କିପରି ସାମାଜିକ ଓ ଆର୍ଥିକ ସ୍ତରରେ ସୁଦୃଢ ଓ ସୁରକ୍ଷିତ ରହିବେ ସେ ଦିଗରେ ସମସ୍ତଙ୍କର ସହଯୋଗ ଓ ଦାୟିତ୍ୱ ଉପରେ ଉଲ୍ଲେଖ କରିଥିଲେ । ଏହି ସମୀକ୍ଷା ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ବଇତୁରା ଦୀପ, ଡିଏଫ୍ଓ ନର୍ଥ, ରାଜେଶ କୁମାର, ଡିଏଫ୍ଓ ସାଉଥ୍ କଲାଇ ବନାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।