ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ

 କେନ୍ଦୁଝର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ଉସôବ ପାଳିତ ହୋଇଯାଇଛି । କେନ୍ଦୁଝର ଗସ୍ତରେ ଥିବା ଗୃହନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟେଗ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବ୍ରହ୍ମାକୁମାରୀ ବିନ୍ଦୁ ଭଉଣୀ ରାକ୍ଷୀ ବାନ୍ଧିଥିଲେ । ତାଙ୍କ ସହିତ ତେଲକୋଇ ବିଧାୟକ ଡ଼ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ନଗରପାଳ ନିକୁ ସାହୁ, ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକ, ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା ।  ପୁରୁଣାବଜାରସ୍ଥିତ ନୂତନ ଭବନ ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭା, ବ୍ରହ୍ମକୁମାରୀ ମିନତି, ମିକୁ, ବିନତା, ପ୍ରିୟଙ୍କା, ଶକୁନ୍ତଳା, ଟୁନି, ସରୋଜିନୀ, ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟ, ଅକ୍ଷୟ, ଘନଶ୍ୟାମ, ରଥ, ଲୋକନାଥ, ଝରିଲାଲ, ପୀତବାସ, ସୁମନ୍ତ, କ୍ଷୀରୋଦ, ବିଜୟ, କୃତିବାସ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।