ଖରା ଦିନ ଅପେକ୍ଷା ବର୍ଷା ଦିନେ ଅଧିକ ଜଳ କଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ
ଖୋର୍ଦ୍ଧା : ଲୋକଙ୍କ ସୁବିଧା ନିମନ୍ତେ ସରକାରୀ ସ୍ତରରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କାର ଅର୍ଥ ବିନିମୟ ହେଉଛି । ସରକାରଙ୍କ ଲକ୍ଷ ରହିଛି ଯେ, ସବୁ ଘରେ ସବୁ ସମୟରେ ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ । ଯାହାକୁ ନେଇ ସରକାର ନାରାଜରେ ମେଗାପାନୀୟଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କାର ବିନିମୟରେ ପାନୀୟଜଳ ପ୍ରୋଜେକ୍ଟ ନିର୍ମାଣ ହୋଇଛି । ଏହା ମାଧ୍ୟମରେ ଜିଲ୍ଲାର ଜଟଣି, ଖୋର୍ଦ୍ଧା, ନାଇଜର, ଆଇଆଇଟି ଜଳ ଯୋଗାଉଥିବା ବେଳେ, ଇଡ୍କୋକୁ ମଧ୍ୟ ଏହି ପ୍ରୋଜେକ୍ଟ ଦ୍ୱାରା ଜଳ ଯୋଗାଉଛନ୍ତି । ତେବେ ଏହି ସ୍ଥାନରେ ଗତ ୩ ଦିନ ଧରି ପାନୀୟ ଜଳ ଯୋଗାଣ ଠପ ହୋଇଯାଇଥିବା ବେଳେ, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏବାବାଦକୁ ଅଂଚଳବସୀ ମଧ୍ୟ ଜଳଯୋଗାଣ ବିଭାଗ ଆଗରେ ଅସାନ୍ତକର ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଜଟଣୀ ଓ ଖୋର୍ଦ୍ଧା ଅଂଚଳରେ ଲୋକେ ଉଭୟ ୱାଟକୋ କାର୍ଯ୍ୟାଳୟ ଆଗରେ ଆନେ୍ଦାଳନ କରିଥିବା ବେଳେ, ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟତା ବଢ଼ିବାରେ ଲାଗିଛି ।
ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାଇ ମେଗାଜଳ ପ୍ରୋଜେକ୍ଟ ନିକଟରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ହୋଇଥିବା ଏବଂ ଏହା ମନୁଷ୍ୟକୃତ ମଧ୍ୟ ହୋଇଥାଇପାରେ । ଯାହାଫଳରେ ଜଳ ଯୋଗାଣରେ ସମସ୍ୟା ଦେଖା ଦେଉଛି । ଖୋର୍ଦ୍ଧା ସହରରେ ୯ ହଜାର ଉପଭୋକ୍ତ ରହିଥିବା ବେଳେ ଜଟଣୀ ଅଂଚଳରେ ୧୦ ହଜାର ଉପୋଭୋକ୍ତା ରହିଥିବା ସରକାରୀ ତଥ୍ୟରୁ ପ୍ରକାଶ ପାଉଛଥିଲେ ମଧ୍ୟ ଏହି ଉପୋଭୋକ୍ତା କିପରି ଜଳ ପାଇବେ ସେଠି ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ଚିନ୍ତା କରୁ ନ ଥିବାରୁ ସାଧାରଣରେ ଅସନ୍ତୁଷ୍ଟତା ବଢିବାରେ ଲାଗିଛି । ଖୋର୍ଦ୍ଧା ଅଂଚଳର ମକୁନ୍ଦପ୍ରସାଦ ଅଞ୍ଚଳର ୫ଟି ବରାଦ ବସି ଜଳ ପାଇବାରୁ ବଂଚିତ ରହିଥିବା ବେଳେ, ଗୁରୁଜଙ୍ଗା ଅଂଚଳର ୪ ୱାର୍ଡ ଓ ସହର ମଧ୍ୟରେ ଥିବା ୩ଟି ୱାର୍ଡକୁ ଜଳ ଯୋଗାଣ କରିବାରେ ବିଭାଗୀୟ ଅଧିକାରୀ ବିଫଳ ହୋଇଛନ୍ତି । ଜଳ କାଷ୍ଠରେ ଲୋକେ ଛଟପଟ ହେଉଥିବା ବେଳେ ଏହାର ସୁବ୍ୟବସ୍ଥା କରିବା ପରିବର୍ତେ ୱାଟକୋ ବିଭାଗ ପକ୍ଷରୁ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କାର୍ଯ୍ୟକ୍ରମ ସମୁଦ୍ରକୁ ସଂଖେ ପରି ହୋଇଛି । ତେବେ ଜିଲ୍ଲାପ୍ରଶାସନ ଓ ସରକାର ଯଦିଓ ଲୋକଙ୍କୁ ବର୍ଷ ଦିନେ ଜଳ ଯୋଗାଣରେ ବିଫଳ ହୋଇଛନ୍ତି ତେବେ ଖରାଦିନେ ସାଧାରଣଲୋକେ କି ଆସ ରଖିବେ ପ୍ରଶାସନ ଉପରେ ବୋଲି ପ୍ରଶ୍ନବାଚି ସୃଷ୍ଟି ହେଉଛି । ସାଧାରଣ ଲୋକଙ୍କ କହିବା କଥା ସରକାର ଓ ପ୍ରଶାସନ ଜଳ ଯୋଗାଣ କାର୍ଯ୍ୟକୁ ଶିଥିଳ ଭାବରେ ଗ୍ରହଣ କରିଥିବା ହେତୁ ଜଳଯୋଗାଣ କାର୍ଯ୍ୟକ୍ରମରେ ବିଫଳ ହେଉଥିବା ବେଳେ, ଆଗକୁ ଖରା ଦିନ ଆସିବା ପୂର୍ବରୁ ଯଦି ପ୍ରଶାସନ ସଚେତନତା ନ ହୁଅନ୍ତି ତେବେ ଆଗାମୀ ଦିନରେ ସମସ୍ୟା ସୃଷ୍ଟି ହେବ । ତେଣେ ସରକାର ଓ ପ୍ରଶାସନ ତୁରନ୍ତ ଲୋକଙ୍କ ଜଳ କଷ୍ଟ ଦୂରକରିବା ସହିତ ଏଥିପ୍ରତି ସଜାଗ ରହିବା ଉଚିତ ।