ସାପ କାମୁଡ଼ାରେ ମହିଳା ମୃତ
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଆଲପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ଆଲପୁର ଗ୍ରାମର ସୁଦଷ୍ଣା ପ୍ରଧାନ (୪୫) । ପ୍ରକାଶ ଯେ, ରବିବାର ଅପରାହ୍ନରେ ମହିଳା ଜଣଙ୍କ ନିଜ ପରିବା ଚାଷଜମିକୁ କଟିକି ତୋଳିବାକୁ ଯାଇଥିଲେ । କଟିକି ତୋଳୁଥିବା ବେଳେ ଏକ ବିଷଧର ସାପ ମହିଳାଙ୍କ ଗୋଡକୁ କାମୁଡି ଦେଇଥିଲା । ମହିଳା ଜଣଙ୍କ ଚିକôାର କରିବା ସହ ଚାଷଜମିରେ ଟଳି ପଡ଼ିଥିଲେ । ଚାଷଜମିରେ ଉପସ୍ଥିତ କିଛି ମହିଳା ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।