୪୨ମୌଜା ପୁଲିସ ଷ୍ଟେସନ ରାଜ୍ୟରେ ପ୍ରଥମ
କଟକ : ରାଜ୍ୟ ଅପରାଧ ରେକର୍ଡ଼ ବୁ୍ୟରୋ ଦ୍ୱାରା ସ୍ଥିର କରାଯାଇଥିବା କାର୍ଯ୍ୟଦକ୍ଷତା ମାନଦଣ୍ଡ ଏବଂ ଏମସିସିଟିଏନଏସ ରୁ ତଥ୍ୟ ଅନୁଯାୟୀ ରାଜ୍ୟର ସମସ୍ତ ପୁଲିସ ଷ୍ଟେସନ ମଧ୍ୟରେ ଶ୍ରେଷ୍ଠ ପଦବୀ ହାସଲ କରି କମିଶନରେଟ ପୁଲିସ ପୁଣି ଥରେ ଜନସେବା ପ୍ରଦାନ କରିବାରେ ଏହାର ଦକ୍ଷତା ପ୍ରମାଣିତ କରିଛି । ସଦ୍ୟତମ ରିର୍ପୋଟ ଅନୁଯାୟୀ, କଟକ ୟୁପିଡ଼ିର ୪୨ମୌଜା ପୁଲିସ ଷ୍ଟେସନ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ବଡଗଡ଼ ପୁଲିସ ଷ୍ଟେସନ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହାଛଡ଼ା ଗଂଜାମ ଜିଲ୍ଲାର ଗଂଜାମ ପୁଲିସ ଷ୍ଟେସନ ତୃତୀୟ ସ୍ଥାନ, କଟକ ଗ୍ରାମୀଣ ମାହାଙ୍ଗା ଥାନା ଚତୁର୍ଥ ସ୍ଥାନ, ଗଂଜାମ ଜିଲ୍ଲାର ମାହାଙ୍ଗା ପୁଲିସ ଷ୍ଟେସନ ପଞ୍ଚମ ସ୍ଥାନ ଓ ରାୟଗଡ଼ା ଜିଲ୍ଲାର ଟିକିରି ପୁଲିସ ଷ୍ଟେସନ ଷଷ୍ଠ ସ୍ଥାନ ହାସଲ କରିଛି । ଏହାଛଡ଼ା ଲିଙ୍ଗରାଜ ପୁଲିସ ଷ୍ଟେସନ ରାଜ୍ୟରେ ଅଷ୍ଟମ ସ୍ଥାନ ହାସଲ କରିଛି । ଏହି ସଫଳତା ଗୁଡ଼ିକୁ କମିଶନରେଟ ପୁଲିସର “ଉଇ କେୟାର ଏବଂ ଉଇ ଡେୟାର” ମୂଳମନ୍ତ୍ର ପ୍ରତି ପ୍ରତିବଦ୍ଧତା ପ୍ରତିଫଳିତ କରୁଛି । ଆବଶ୍ୟକ ସମୟରେ ନାଗରିକ ମାନଙ୍କୁ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତାରେ ନିରନ୍ତର ଉନ୍ନତି ଆଣିପାରିଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନୀକୁ ସ୍ୱୀକୃତି ଦେଇ କଟକ ଭୁବନେଶ୍ୱର ପୁଲିସ କମିଶନର ଏସ ଦେବଦତ୍ତ ସିଂହ, ଅତିରିକ୍ତ ସିପି ନରସିଂହ ଭୋଳ, ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ଉପସ୍ଥିତିରେ ୪୨ମୌଜା ପୁଲିସ ଷ୍ଟେସନର ଆଇଆଇସି ଓ ବଡ଼ଗଡ଼ ପୁଲିସ ଷ୍ଟେସନର ଆଇଆଇସିଙ୍କୁ ପ୍ରଶଂସା କରାଯାଇଛି । କମିଶନରେଟ ପୁଲିସ ସେବା ଏବଂ ସମର୍ପଣର ମନୋଭାବ ସହିତ ଏହାର କର୍ତ୍ତବ୍ୟ ପାଳନ କରିବାବକୁ ପ୍ରତିଶୃତିବଦ୍ଧ ଏବଂ ଏହି ଅଭିଯାନ ଭବିଶ୍ୟତରେ ଜାରିରହିବ ବୋଲି ପୁଲିସ କମିଶନର କହିଛନ୍ତି ।