ସମ୍ଭାବନା' ପରିବାର ପକ୍ଷରୁ ବୃକ୍ଷରୋପଣ
ଜଟଣୀ : ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ତୃତୀୟ ଦଫାରେ ମାଟି ମା ନାମରେ ଉତ୍ସର୍ଗ ପୂର୍ବକ କନ୍ତିଆ ପଞ୍ଚାୟତ ହରିରାଜପୁର ସୁନ୍ଦରପଦା ରାସ୍ତା ସନିକଟସ୍ଥ ମୁଣ୍ଡିଆ ଉପରେ ବର, ଓସ୍ତ ଓ ଜାମୁକୋଳି ଭଳି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ଏଥିସହିତ ଏକ ନିଆରା ଭାବରେ ବିଭିନ୍ନ ଗଛ ମଞ୍ଜିକୁ ମାଟି ପିଣ୍ଡୁଳା ମଧ୍ୟରେ ରଖାଯାଇ ପାହାଡ଼ ଉପରକୁ ଫେତି ସାହାଯ୍ୟରେ ନିକ୍ଷେପ କରାଯାଇଥିଲା । ଉଦେ୍ଦଶ୍ୟଥିଲା ବର୍ଷା ହେଲେ ମାଟି ପିଣ୍ଡୁଳା ମଧ୍ୟରେ ଥିବା ମଞ୍ଜି ଗୁଡିକ ସହଜରେ ଅଙ୍କୁର ହୋଇଯିବ । ଏଥିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।