ବାଇକ୍-ଅଟୋ ମୁହାମୁହିଁ, ଶିଶୁ ମୃତ

 ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କଲେଜ ଛକ ଶିତଳାଇ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁଟଣା ଘଟି ଗୋଟିଏ ଶିଶୁ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ବାଇକ୍ ସହ  ଡାଲା ଅଟୋ ମୁହାମୁହିଁ ଧକ୍କା ହେବା ଫଳରେ ଚାରି ବର୍ଷର ଝିଅ ଶୁଭସ୍ମିତା ବିଷୋୟୀଙ୍କ ମୃତ  ଏବଂ ଜଣେ ଯୁବକ ଗୁରୁତର ହୋଇଛି  । ସୂଚନା ଅନୁସାରେ ଗୁଡିଆଳି ଗ୍ରାମର ୨୯ ବର୍ଷୀୟ ପିଣ୍ଟୁ ବିଷୋୟୀ ଏବଂ ତାଙ୍କ ମାଉସୀ ଝିଅ ଭଉଣୀ ପ୍ରମିଳା ବିଷୋୟୀ  ଓ ଚାରି ବର୍ଷର ଭାଣିଞ୍ଜି ସୁଭସ୍ମିତା ବିଷୋୟୀକୁ ବାଇକରେ  ରୁମାଗଡକୁ ଛାଡ଼ି ବାକୁ ଯାଉଥିବା ସମୟରେ ଆସିକାରୁ କଲେଜ ଛକ ଅଭିମୁଖେ ଆସୁଥିବା ଡାଲା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା  । ଘଟଣା ସ୍ଥଳରେ ଚାରି ବର୍ଷର ଝିଅ ସୁଭସ୍ମିତା ବିଷୋୟୀ ଓ ପିଣ୍ଟୁ ବିଷୋୟୀ ଘଟଣା  ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ  । ଡାକ୍ତର ସେଠାରେ ଚାରି ବର୍ଷର ଝିଅ ସୁଭସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ  । ଆହାତ ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଖବର ପାଇ ଘଟଣା ସ୍ଥଳରେ କୋଟିନଡ଼ା ପୁଲିସ ପହଞ୍ଚି ଡାଲା ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି  ।