ଫାଇଲେରିଆ ନିରାକରଣ ଅଭିଯାନ : ଜିଲ୍ଲା ସ୍ତରୀୟ ସାମୂହିକ ଔଷଧ ସେବନ ଶୁଭାରମ୍ଭ


 ଢେଙ୍କାନାଳ: ରାଜ୍ୟକୁ ଫାଇଲେରିଆ ରୋଗୀ ମୁକ୍ତ କରିବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି  । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲା ପରିଷଦ ହଲ ଠାରେ ଏକ ଉଦ୍ଘାଟନୀ ଉସôବ ଅନୁଷ୍ଠିତ ହୋଇଯାଇଛି  । ଉସôବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ, ସ୍ୱାସ୍ଥ୍ୟ ହିଁ ସଂପଦ ବୋଲି କହିଥିଲେ  । ଫାଇଲେରିଆକୁ ଜିଲ୍ଲାରୁ ସମୂଳେ ବିନାଶ କରିବା ପାଇଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣକରି ସମସ୍ତେ ଏହି ଔଷଧକୁ ନିଶ୍ଚିତ ଭାବେ ଖାଇବାକୁ ଅନୁରୋଧ କରିଥିଲେ  । ବ୍ୟାୟମ, ଯୋଗ, ପ୍ରାଣାୟମ ମଧ୍ୟ  ନିୟମିତ କରିବାକୁ ପରାମର୍ଶ ଦେଇଥିଲେ  । ଜାତୀୟ  ଭେକ୍ଟର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଯୁଗ୍ମ ନିଦେ୍ର୍ଦଶକ ଡାକ୍ତର ଶୁଭାଶିଷ ମହାନ୍ତି, ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧ କୋଟି ୭ ଲକ୍ଷ ଲୋକ ଏହି ଔଷଧ ସେବନ କରିବେ  । ସେଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ଔଷଧ ସେବନ କରିବେ ବୋଲି ପ୍ରକାଶ କରିଥିଲେ  । ଏହି ରୋଗର ଲକ୍ଷଣ ମଶା କାମୁଡିବାର ୧୦ -୧୫ ବର୍ଷ ପରେ ଦେଖାଯାଇଥିବା ଯୋଗୁଁ ନିଜେ ସୁସ୍ଥ ଅଛି ବୋଲି ଭାବୁଥିଲେ ମଧ୍ୟ ସମସ୍ତେ ଖାଇବା ନିହାତ ଉଚÿିତ୍ ବୋଲି କହିଥିଲେ  । ଜିଲାରେ ୩,୮୦୩ ଜଣ ଫାଇଲେରିଆ ରୋଗୀ ଚିହ୍ନଟ କରାଯାଇପାରିଛନ୍ତି  । ଏହି କାର୍ଯ୍ୟକ୍ରମରେ ୨୮୦୦ରୁ ଉର୍ଦ୍ଧ କର୍ମୀ ନିୟୋଜିତ ହୋଇଛନ୍ତି ଏବଂ ଚଳିତ ବର୍ଷ  ଏହାକୁ ନିଶ୍ଚିତ ଭାବେ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ  । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ପିଲା ଏବଂ ଗୁରୁତର ରୋଗୀମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନିଜକୁ ସୁରକ୍ଷିତ  ରଖିବା ପାଇଁ ଏହାକୁ ନିଶ୍ଚିତ ସେବନ କରିବାକୁ କହିଥିଲେ  । ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଡ଼ି.ପି.ଏମ.  ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।