ରାଜ୍ୟସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ

ରଣପୁର: ନୟାଗଡ ଜିଲ୍ଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର ତଥା ଶହୀଦ ମାଟି ରଣପୁର ସହରାଞ୍ଚଳ ସ୍ଥିତ ପ୍ରଶାନ୍ତ ହୋଟେଲ ଓ କଲ୍ୟାଣୀ ମଣ୍ଡପର ସଭାଗୃହରେ ଉକôଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା କଞ୍ଜୁ୍ୟମର କୋର୍ଟର ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶୀ ଖବର କାଗଜର ମୁଖ୍ୟ ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ପୁରୀ ଲୋକସଭା ସାଂସଦଙ୍କ ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଯୁବନେତା ତଥା ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ଯୁବ ସମାଜସେବୀ ବାସୁଦେବ ସାହୁ, ଦୂରଦର୍ଶନ ଉପସ୍ଥାପକ ତଥା ସଂସ୍କୃତି ଗବେଷକ ଶ୍ରୀକାନ୍ତ ନାୟକ, ଯୁବ ସମଜସେବୀ ଅମରଜିତ୍ ସେନାପତି ଓ ଉକôଳୀୟମ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦକ ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ  । ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ଓ ଭକ୍ତଚରଣଙ୍କ ବିଷୟରେ ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥିବୃନ୍ଦ ବିସ୍ତୃତ ଭାବେ ଆଲୋଚନା କରିଥିଲେ  । ଏହି ଉକôଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି  । ଏହି ଫାଉଣ୍ଡେସନ ବର୍ତ୍ତମାନ ସୁଧା ୧୧ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି  । ୨୦୧୪ ମସିହାରୁ ଉକôଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି  ।