ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ
ଧର୍ମଶାଳା : ଧର୍ମଶାଳା ଷ୍ଟାଡିୟମ ପରିସରରେ ନିର୍ବାଚନ ମଣ୍ଡଳୀ ବିଜେପି ମହିଳା ମୋର୍ଚ୍ଚାର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗ ଦେଇ ମହିଳା ମୋର୍ଚାକୁ ସଂଗଠିତ ଏବଂ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ଶାସନ ବ୍ୟବସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା ମହିଳାଙ୍କ ଭାଗିଦାରୀକୁ ସମୃଦ୍ଧ କରିବାର ଏକ ନିରବ ବିପ୍ଳବ ଆରମ୍ଭ ହୋଇଥିବାରୁ ମହିଳା ମାନେ ସହଭାଗିତା ହେବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସୁଷମା ଜେନା, ସୁଜାତା ମହାନ୍ତି, ସୁନିତା ମଲ୍ଲିକ, ମଧୁସ୍ମିତା ପାଲ, ସୀମା କାଣ୍ଡି, ସବନମ, ଅଞ୍ଜନା ମହାରଣା, ରିନୁ ବେହେରା, ସୁନିତା ସାମଲ, ପାର୍ବତୀ ବେହେରା, ଜୟନ୍ତୀ ରାଓ, ଲକ୍ଷ୍ମୀପ୍ରିୟା ବାରିକ, ତୃପ୍ତି ଲତା ଦାସଙ୍କ ସହ ଶତାଧିକ ମହିଳା ସାମିଲ ହୋଇଥିଲେ ।