ଏକ ତରଫା ପ୍ରେମରେ ବିଷ ପିଇବା ଘଟଣା ଆଖି ବୁଜିଲେ ନର୍ସିଂ ଛାତ୍ରୀ
ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳର ନର୍ସିଙ୍ଗ ଛାତ୍ରୀ କଳ୍ପନା ରାୟ ଭୁବନେଶ୍ୱର ଏମ୍ସ ଠାରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ବରଣ କରିଛନ୍ତି । ରାଇଘର ଡୁମୁରିମୁଣ୍ଡା ଗ୍ରାମର ଝିଅ କଳ୍ପନା ରାୟ ଜୟପୁର ଠାରେ ଏକ ଘରୋଇ କଲେଜରେ ବିଏସସି ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ହଷ୍ଟେଲ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ (ସତ୍ୟଜିତ ସରକାର)କୃଷି ବିଜ୍ଞାନ ଛାତ୍ର ଏକ ତୋରଫା ପ୍ରେମ କରୁଥିଲେ ପୀଡିତାଙ୍କୁ ଏଥିପାଈଁ ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ କଳ୍ପନା ରାୟ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକ ତୋରଫା ପ୍ରେମ କରୁଥିବା ସତ୍ୟଜିତ ବିଚ ବଜାର ରେ କଳ୍ପନାଙ୍କୁ ମାରପିଟ କରିଥିଲେ । ଯାହା ଜୟପୁର ଟାଉନ ଥାନା ପର୍ଯ୍ୟନ୍ତ କଥା ଗଲା କିନ୍ତୁ ପୁଲିସ ଉଭୟଙ୍କୁ ବୁଝାସୁଝା କରି ଛାଡିଦେଇଥିଲେ । ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ ଏଫଆଇଆର ଦେଇଥିଲେ ଓ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ । ଜୟପୁର ପୁଲିସ କିନ୍ତୁ ଘଟଣା କୁ ଅତି ହାଲକାରେ ନେଇଥିଲେ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଅନ୍ୟ ପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକାଲଜ୍ୟା ସହି ନ ପାରି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘରଲୋକେ ପ୍ରଥମେ ଉମରକୋଟ ପରେ ରାୟପୁର ପରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ହୋଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଦ୍ଦ ଦିନ ହେବ ମୃତୁ୍ୟ ସହ ସଂଗ୍ରାମ କରି ଶେଷରେ ଆଜି ତାଙ୍କାର ମୃତୁ୍ୟ ଘଟିଛି ।