‘ଷ୍ଟିଲସିଟି’ ପକ୍ଷରୁ ବୃକ୍ଷରୋପଣ
ଦାନଗଦୀ: ବୁଦ୍ଧରାଜା ବିଦ୍ୟାଳୟ ଦାନଗଦୀ ପରିସରରେ ଷ୍ଟିଲସିଟି ପ୍ରେସକ୍ଳବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରବିନାରାୟଣ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ୫୦ ଟିରୁ ଉର୍ଦ୍ଧ ବିଭିନ୍ନ ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ଅବିନାଶ ମିଶ୍ର, ଶ୍ରୀକାନ୍ତ ମହାପାତ୍ର, ତୁଷାର ରଞ୍ଜନ ସାହୁ, ପଦ୍ମନାଭ ପହି, ଭାଗିରଥି ନାଥ, ଚିତ୍ତରଞ୍ଜନ ସାହୁ, ରାକେଶ ରୋଶନ ଘଡେଇ, ମୃତୁ୍ୟଞ୍ଜୟ ଦେଓ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲର ବାହ୍ୟ ଲୋକ ସମ୍ପର୍କ ଅଧିକାରୀ ଆଶିଷ ଆଚାର୍ଯ୍ୟ, ପ୍ରଭାତ କୁମାର ପାତ୍ର, କଲ୍ୟାଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସହଯୋଗ କରିବା ସହ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ ।