ଅପହୃତା ନାବାଳିକା ଉଦ୍ଧାର 

ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ତାର ମାଆ ୧୦ଦିନ ପୂର୍ବେ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ନାବାଳିକାକୁ ଧାମରା ନିକଟରୁ ସାମୁଦ୍ରିକ ଥାନା ପୁଲିସ ଉଦ୍ଧାର କରି ରାଜନଗର ଥାନାକୁ ଆଣି ପଚରାଉଚରା କରିବା ପରେ ସ୍ଥାନୀୟ ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିବା ନେଇ ଆଇଆଇସି ବିମଳକୁମାର ମଲ୍ଲିକ ସୂଚନା ଦେଇଛନ୍ତି ।