ପ୍ରଫେସର ସୁରେନ୍ଦ୍ର ମୋହନ ପାଣିଙ୍କ ସ୍ମୃତି ସଭା
କଟକ : ରାଧାନାଥ ଉଚ୍ଚତର ଶିକ୍ଷାନୁଧ୍ୟାନ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସୁରେନ୍ଦ୍ର ମୋହନ ପାଣି ଗତ ଜୁଲାଇ ୨୦ ତାରିଖରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ମୃତିରେ ଆଜି ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି (ଏସଆଇଏସଇସି) ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କମିଟିର ସଭାପତି ପ୍ରଫେସର ଅକ୍ଷୟ ଦାସ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ପ୍ରଫେସର ପାଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ୨ମିନିଟ ନୀରବ ପାର୍ଥନା କରାଯାଇଥିଲା । ଏହା ପରେ କମିଟିର ସଂପାଦକ ବବି ବଳବନ୍ତରାୟ ଶୋକବାର୍ତ୍ତା ପାଠ କରିଥିଲେ । ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରଫେସର ପାରି ନିଜର ସରଳତା ତଥା ଶିକ୍ଷାର ବିକାଶରେ ଦୃଢ଼ ଓ ସଚ୍ଚୋଟ ବ୍ୟକ୍ତିତ୍ୱ ପାଇଁ ଶିକ୍ଷାବିତ ତଥା ଶିକ୍ଷାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।