‘ସୁଭଦ୍ରା’ ତୃତୀୟ କିସ୍ତି ପ୍ରଦାନ ସମାରୋହ  

 ଖୋର୍ଦ୍ଧା: ଖୋର୍ଦ୍ଧା ସଦର ମହକୁମା ଜୟୀରାଜଗୁରୁ ଟାଉନ୍ ହଲ ଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସଂଯୋଜନାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସମବାୟ , ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ । ନିଜ ଅଭିଭାଷଣରେ ମନ୍ତ୍ରୀ କହିଲେ ଯେ, ସୁଭଦ୍ରା  ରାଜ୍ୟ ସରକାରଙ୍କ ଏକ ମହତ କାଙ୍ଖୀ ଯୋଜନା । ଯାହା ନାରୀ ଶକ୍ତିର ଜୟଯାତ୍ରାର ପରିଚୟ । ନାରୀର ସ୍ୱାଭିମାନ କୁ ସମ୍ମାନଦେବା ଓ ସେମାନଙ୍କୁ ସ୍ୱାବଲମ୍ବି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା  ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ଅଟେ ।