ଟ୍ରକ ଧକ୍କାରେ ଯୁବକ ମୃତ

 କଟକ: କଟକ ଭୁବନେଶ୍ୱର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର ହେବା ସମୟରେ ଯୁବକଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ରକ ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତୁ୍ୟ ଘଟିଥିଲା । ମୃତକ ବଡ଼ମ୍ବା ଥାନା ବିଦ୍ୟାଧରପୁର ଗ୍ରାମର ପ୍ରଭାତ ପ୍ରଧାନ ବୋଲି ଜଣାପଡ଼ିଛି । ଗତକାଲି ରାତିରେ ପ୍ରଭାତ କୌଣସି କାର୍ଯ୍ୟରେ କଟକ ସଦର ଥାନା ଅନ୍ତଗର୍ତ ତେଲେଙ୍ଗାପେଣ୍ଠ ଅଞ୍ଚଳକୁ ଆସିଥିଲେ । ରାତି ପ୍ରାୟ ୧୨ଟା ସମୟରେ ପ୍ରଭାତ ରାସ୍ତା ପାରି ହେଉଥିବାବେଳେ କଟକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।