ସେପ୍ଟେମ୍ବରରେ ୩ରେ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ

ସେପ୍ଟେମ୍ବରରେ ୩ରେ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ

ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି  ବୈଠକ । ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ କମିଟି ଗଠନ କରାଯିବ ।ଗତ ମେ ମାସ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ଥରୀୟ ପ୍ରଶାସନିକ ବୈଠକର ବିବରଣୀକୁ ଦୃଢ଼ୀକରଣ କରାଯିବ। ଆସନ୍ତା ୧୫ ତାରିଖରେ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ହୋଇପାରେ ଆଲୋଚନା । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ଓ ଗଣତିମଣତି ନେଇ ଆଲୋଚନା ହୋଇପାରେ। ସେପ୍ଟେମ୍ବର ୨ ତାରିଖରେ ହେବ ଛତିଶାନିଯୋଗ ବୈଠକ । ପରଦିନ ଅର୍ଥାତ୍ ୩ ତାରିଖରେ ଚନ୍ଦ୍ରଗ୍ରହଣ ନୀତିନିର୍ଘଣ୍ଟକୁ ମୋହର ମାରିବ ନୂତନ ପରିଚାଳନା କମିଟି ।