ନାନୋରେ ଲୋକସେବା ଭବନ ଗଲେ ମୁଖ୍ୟମନ୍ତ୍ରୀ: ବସିଥିଲେ ସୁରେଶ ପୂଜାରୀ

ନାନୋରେ ଲୋକସେବା ଭବନ ଗଲେ ମୁଖ୍ୟମନ୍ତ୍ରୀ:  ବସିଥିଲେ ସୁରେଶ ପୂଜାରୀ

କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ । ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଗଲେ ମୁଖ୍ୟମନ୍ତ୍ରୀ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରହିଥିଲେ । ଯିଏକି ଏହି ନାନୋ କାରକୁ ଡ୍ରାଇଭ୍ କରୁଥିଲେ । ଏହାସହ ତାଙ୍କ କାରର ପଛ ସିଟରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ । ତେବେ ପ୍ରୋଟୋକଲ୍ ଭାଙ୍ଗି ଆଜି ନାନୋ କାରରେ ବସି ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ତେବେ କାରକେଡ୍ ଛାଡି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଚର୍ଚ୍ଚା ବଢିଛି । ଆଉ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଉ ଥରେ ପ୍ରମାଣ ଦେଇଛନ୍ତି ମୋହନ ମାଝୀ। ଜାଣିରଖିବା ଉଚିତ୍ ଯେ, କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ କାମ ସାରିବା ପରେ, ସଚିବାଳୟ ଯିବାକୁ ବାହାରିଥିଲେ । ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କୁ ନାନୋ କାରରେ ବସି ଲୋକସେବା ଭବନ ଯିବାକୁ କହିଥିଲେ । ଆଉ ଉପ-ମୁଖ୍ୟମନ୍ତ୍ରୀଙ୍କ କଥା ରଖି, ପ୍ରୋଟୋକଲ୍ ଭାଙ୍ଗିବା ସହ ନାନୋ କାରରେ ବସି ଲୋକସେବା ଭବନକୁ ଯାଇଥିଲେ ମୋହନ ମାଝୀ । ଏହାପୂର୍ବରୁ ମଧ୍ୟ ନିଜ ପାଇଁ ବୁକ୍ ହେଇଥିବା ସ୍ୱତନ୍ତ୍ର ଫ୍ଲାଇଟକୁ ବାତିଲ୍ କରି ସାଧାରଣ ଲୋକଙ୍କ ଭଳି ବିମାନରେ ଯାତ୍ରା କରିଥିଲେ ମୋହନ ମାଝୀ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଆଜି ପ୍ରୋଟୋକଲ୍ ଭାଙ୍ଗି, ମୁଖ୍ୟମନ୍ତ୍ରୀ ନାନୋ କାରରେ ଯିବା ଚର୍ଚ୍ଚାର ବିଷୟ ପାଲଟିଛି ।