୯ ପଞ୍ଚାୟତରେ ବିଜେଡ଼ି ସାଙ୍ଗଠନିକ ବୈଠକ


ାା ପ୍ରଭାନୁ୍ୟଜ ।ା କୁଆଖିଆ,: ଆଗାମୀ ଦିନ ପାଇଁ ବିଜେଡିକୁ କିପରି ଶକ୍ତିଶାଳୀ କରି ଦଳର ସ୍ଥିତିକୁ ଫେରାଇ ଆଣିବାକୁ ହେବ ଏବଂ ଲୋକମାନଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ହେବ ସେଥିପାଇଁ କୋରେଇ ବିଜେଡି ପକ୍ଷରୁ ରସୁଲପୁର ବ୍ଲକର୯ପଞ୍ଚାୟତକୁ ନେଇ ଏକ ସାଙ୍ଗଠନିକ ବୈଠକ ବଡ଼କଇଁଚି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେଡ଼ି ଯୁବ ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୁବ ନେତା ଭବପ୍ରସାଦ ଦାସ ଯୋଗଦେଇ୯ପଞ୍ଚାୟତର ନେତା ଓ କର୍ମୀ ମାନଙ୍କୁ ଏକାଠି ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଶୁକ୍ରବାର ରସୁଲପୁର ବ୍ଲକରେ ବରୀ ବିଧାୟକଙ୍କ ସମୀକ୍ଷା ବୈଠକ ଥିବାରୁ କୋରେଇ ୯ ପଞ୍ଚାୟତ ଗୁଡିକରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ କିପରି ସମ୍ପୂର୍ଣ୍ଣ କରାଯିବା ସହିତ ବକେୟା ପ୍ରାପ୍ୟ ପାଇହେବ ସେଥିପାଇଁ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ୯ ପଞ୍ଚାୟତ ଏବଂ ବରୀ ୧୦ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ମିଳିତ ଭାବେ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଭେଟିବା ସହିତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରି ବକେୟା ଥିବା କାର୍ଯ୍ୟ ଗୁଡିକୁ ସମ୍ପାଦନ କରିବାକୁ ଶ୍ରୀ ମହାନ୍ତି କହିଥିଲେ । ବୈଠକରେ ସରପଞ୍ଚ ଅଶୋକ କୁମାର ମଲ୍ଲିକ, ପୂର୍ବତନ ସରପଞ୍ଚ ଶ୍ରୀଧର ବିଶ୍ୱାଳ, ମୁଗୁପାଳ ସରପଞ୍ଚ ପ୍ରତିନିଧି ଦୁଷ୍ମନ୍ତ କୁମାର ମଲ୍ଲିକ, ଗନ୍ଧଣ ସରପଞ୍ଚ ରୁଦ୍ରନାରାୟଣ ମହାନ୍ତି, ବାହାଦଲାପୁର ସରପଞ୍ଚ ମହେନ୍ଦ୍ର କୁମାର ଦାଶ, ଭୋଟକା ସରପଞ୍ଚ ପ୍ରତିନିଧି ସମେତ ସମସ୍ତ ସମିତିସଭ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।