୧୪୪କୁ ଅମାନ୍ୟ କରି ଗୃହ ନିର୍ମାଣ!

 କଣାସ : କଣାସ ବ୍ଲକ ଗଡିଶାଗୋଦା ଥାନା ପରିସରଭୁକ୍ତ ଚୁପୁରିଙ୍ଗି ଗ୍ରାମପଞ୍ଚାୟତର କାଳିଘଡି ଗ୍ରାମରେ ଦୁଇ ପରିବାରଙ୍କ ମଧ୍ୟରେ ଗୃହ ନିର୍ମାଣକୁ କେନ୍ଦ୍ର କରି ସଂଘର୍ଷ ଘଟିବାରୁ ଊଭୟ ପକ୍ଷରୁ ଛଅ ଜଣ ଆହତ ହୋଇଛନ୍ତି । ଉକ୍ତ ଜାଗାଟି ରିଜିମାଇଲ ଥିବାରୁ ଗୋଟିଏ ଗୋଷ୍ଠୀକୋର୍ଟର ଆଶ୍ରୟ ନେଇ କେହି ଘର ତିଆରି ନକରିବା ପାଇଁ ୧୪୪ ଧାରା ଜାରି କରିଥିଲେ, କିନ୍ତୁ ଗୋଟିଏ ପରିବାର ତାହା ନମାନି ଘର ତିଆରି କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ପରିବାରର ସୁରେନ୍ଦ୍ର ବଳିୟାରସିଂହ, ଉପେନ୍ଦ୍ର ବଳିୟାରସିଂହ, ଜଳନ୍ଧର ବଳିୟାରସିଂହ, ସେବତୀ ବଳିୟାରସିଂହ ଆହତ ହୋଇଥିବାବେଳେ ଅନ୍ୟ ପରିବାରର ବିରଞ୍ଚି ବଳିୟାରସିଂହ, ବନୀତା ବଳିୟାରସିଂହ ଆହତ ହୋଇ ଚିକିସ୍ôା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚାରି ଜଣଙ୍କୁ ଚିକିସ୍ôା ପାଇଁ ଭୁବନେଶ୍ୱର ପଠାଇ ଦିଆଯାଇଛି ।