ପାଣି ପିଇବାକୁ ସ୍କୁଲରେ ବାଜିବ ଘଣ୍ଟି

ପାଣି ପିଇବାକୁ ସ୍କୁଲରେ ବାଜିବ ଘଣ୍ଟି

ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ହେତୁ ଡିହାଇଡ୍ରେସନ ଜନିତ ସମସ୍ୟାକୁ ପୂର୍ବାନୁମାନ କରି ରାଜ୍ୟର ସମସ୍ତ ବିଦ୍ୟାଳୟରେ "ଜଳ ବିରତି ଘଣ୍ଟି' ଲାଗୁ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି । ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି । ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି କରାଯାଇଛି । ତାପମାତ୍ରା ବୃଦ୍ଧି ହେତୁ ନିର୍ଜଳୀକରଣ (ଡିହାଇଡ୍ରେସନ) ଜନିତ ସମସ୍ୟାକୁ ପୂର୍ବାନୁମାନ କରି ରାଜ୍ୟର ସମସ୍ତ ବିଦ୍ୟାଳୟରେ "ଜଳ ବିରତି ଘଣ୍ଟି' ଲାଗୁ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । 
ଏଥିରେ ଉଲ୍ଲେଖ କରାଯାଇଛି, ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି  ବାଜିବ । ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି । ଜଳ ବିରତି ଘଣ୍ଟିି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ତଦାରଖ କରିବେ । ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଲେଖାଯାଇଛି । ଦ୍ଭ ୭ ପୃଷ୍ଠାରେ...