ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍ଟେମ୍ବର ମାସ ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ ହେବ ।  ଆଜି ବିଧାନସଭାରେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି । ବିଦୁ୍ୟତିକରଣ ହୋଇନଥିବା ସବୁ ଘରକୁ ସେପ୍ଟେମ୍ବର ସୁଦ୍ଧା ବିଜୁଳି ପହଞ୍ଚିବ । ସବୁ ଘରକୁ ବିଜୁଳି ପାଇଁ ରାଜ୍ୟ ସରକାର ଡିସକମକୁ ୪୧୫ କୋଟି ଟଙ୍କା ଦେଇଛନ୍ତି ବୋଲି ବିଧାନସଭାରେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି ।ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।