ନୂଆ ଡିଜାଇନ୍ରେ ହେବ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ବରରେ ନୂଆ ଡିଜାଇନ୍ରେ ମେଟ୍ରୋ । ନୂଆ ଡିଜାଇନ୍ରେ ଭୁବନେଶ୍ବରରେ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । କହିଲେ କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ । ଏଥିପାଇଁ ନୂଆ କମିଟି ଗଠନ କରାଯିବ । ଏହି କମିଟି ମେଟ୍ରୋ ଚାଲୁଥିବା ରାଜ୍ୟକୁ ଯାଇ ଅନୁଧ୍ୟାନ କରିବ ।
କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ଯୋଜନା ତିଆରି ହୋଇଛି । କେଉଁ ଲାଇନରେ ଯିବ, କେଉଁ ଜାଗାରେ ପାର୍କିଙ୍ଗ ଅଞ୍ଚଳ ହେବ, ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ ।