ଭାରତକୁ ବିଶ୍ବବ୍ୟାଙ୍କର ପ୍ରଶଂସା: ଜିଡିପିରେ ଭାରତ ସୃଷ୍ଟି କରିଛି ମାଇଲଷ୍ଟୋନ୍

ବିଶ୍ୱ ବ୍ୟାଙ୍କ ଅର୍ଥନୀତିକୁ ପ୍ରଶଂସା କରିବା ସହ ଭାରତର ଜିଡିପି ବୃଦ୍ଧିକୁ ନେଇ ଏକ ନୂଆ ଆକଳନ କରିଛି । ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ସୁଦୃଢ଼ ଶ୍ରମ ବଜାର, ବର୍ଦ୍ଧିତ ଋଣ ଏବଂ ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ ଭାରତର ଘରୋଇ ଉପଭୋକ୍ତା ଅଭିବୃଦ୍ଧି ବୃଦ୍ଧି ପାଇବ ବୋଲି ବିଶ୍ୱବ୍ୟାଙ୍କ କହିଛି । ତେବେ ସରକାରୀ ଉପଭୋକ୍ତା ଅଭିବୃଦ୍ଧି ସୀମିତ ରହିପାରେ। ବିଶ୍ୱର ଅନ୍ୟାନ୍ୟ ଦେଶର ଅର୍ଥନୀତିକୁ ମଧ୍ୟ ବିଶ୍ୱ ବ୍ୟାଙ୍କ ଆକଳନ କରିଛି । 

୨୦୨୫-୨୬ରେ ବିଶ୍ୱର ଅନ୍ୟ ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ବିଶ୍ୱର ପ୍ରମୁଖ ଦେଶର ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ସ୍ପଷ୍ଟ ହୋଇଛି ।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ବୋଲି ଗ୍ଲୋବାଲ ଇକୋନୋମିକ୍ ପ୍ରୋସ୍ପେକ୍ଟସ୍ ରିପୋର୍ଟରେ ଆକଳନ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି  ସେବା କ୍ଷେତ୍ରରେ କ୍ରମାଗତ ସମ୍ପ୍ରସାରଣ ଏବଂ ଉତ୍ପାଦନ କାର୍ୟ୍ୟକଳାପକୁ ସୁଦୃଢ଼ କରିବା ଆଶା କରାଯାଉଛି । ଭାରତ ସରକାରଙ୍କ ଲଜିଷ୍ଟିକ୍ ଭିତ୍ତିଭୂମି ସଂସ୍କାର ଏବଂ ଟିକସ ସଂସ୍କାର ପଦକ୍ଷେପ ଏହି କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହନ ଦେବ । ୨୦୨୫ ଓ ୨୦୨୬ରେ ବିଶ୍ୱ ଅର୍ଥନୀତି ୨.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି ।