ଏମାନଙ୍କର ପେନଶନ ବଢିବ : ସରକାର

ନୂଆଦିଲ୍ଲୀ: ୟୁନିଅନ ବଜେଟ ୨୦୨୫ରେ, ସରକାର କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇପାରନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଏଥର ବଜେଟରେ ସରକାର EPFO ପେନଶନ ବୃଦ୍ଧି କରିପାରନ୍ତି। EPFOର ସର୍ବନିମ୍ନ ପେନଶନ ୧୦୦୦ ରୁ ୭୫୦୦ ଟଙ୍କାକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ କହୁଛନ୍ତି କି, ଏହି ବୃଦ୍ଧି ଆବଶ୍ୟକ ଯାହାଦ୍ୱାରା ପେନଶନଧାରୀମାନେ ଆର୍ଥିକ ଆରାମ ଏବଂ ସାମାଜିକ ସମାନତା ପାଇପାରିବେ।

କେନ୍ଦ୍ର ସରକାର ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଏଥର ବଜେଟରେ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଦେଇପାରନ୍ତି ବୋଲି କୁହାଯାଉଛି। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ରେ ପେନସନ ବୃଦ୍ଧି ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ଆଗାମୀ ୟୁନିୟନ ବଜେଟରେ EPFO ସର୍ବନିମ୍ନ ପେନସନକୁ ୧୦୦୦ ରୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି। ଏହି ଚାହିଦା ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ତେବେ ଚର୍ଚ୍ଚା ହେଉଥିଲା କି, ମାସିକ ୧୦୦୦ ଟଙ୍କା ପେନଶନ ଅନୁପଯୁକ୍ତ ବୋଲି କୁହାଯାଇଥିଲା, ବିଶେଷକରି ଯେଉଁମାନେ ୪୦ ବର୍ଷ କାମ କରିଥିଲେ ସେମାନଙ୍କ ପାଇଁ।