ମୀନତିଙ୍କୁ କାରଣ ଦର୍ଶାଅ ନୋଟିସ୍
minati behera

ଭୁବନେଶ୍ୱର : ରାଜ୍ୟର ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ମୀନତି ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେ ମହିଳା କମିଶନ ଅଧ୍ୟକ୍ଷ ଥିବାବେଳେ ତାଙ୍କର କାର୍ଯ୍ୟ ସନ୍ତୋଷଜନକ ନଥିଲା । କ୍ୟାମ୍ପକୋର୍ଟ ଠିକ୍ ଭାବେ ଆୟୋଜନ କରାଯାଇନଥିଲା । ମାମଲାର ଫଇସଲା ବି ନିରୁତ୍ସାହଜନକ ଥିଲା । ଏଭଳି କ୍ଷେତ୍ରରେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ? ଏଭଳି ଉଲ୍ଳେଖ କରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମୀନତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡ଼ି ସରକାରଙ୍କ ଅମଳରେ ମୀନତିଙ୍କୁ ମହିଳା କମିଶନ ଅଧ୍ୟକ୍ଷ କରାଯାଇଥିଲା । ନିକଟରେ ତାଙ୍କୁ ରାଜ୍ୟ ସରକାର ବହିଷ୍କାର କରିଥିଲେ ।