ଦୀପାବଳି ପାଇଁ ଜାରି ହେଲା ଗାଇଡଲାଇନ
-ବିକ୍ରି ହେବନି ବିପଦଜ୍ଜନକ ବାଣ
-୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
-୨୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ
-ବାଲିପାଟଣା ଅଞ୍ଚଳରୁ ୧୯୩ କେଜିରୁ ଅଧିକ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ
ଭୁବନେଶ୍ୱର, ୨୮ା୧୦ : ଦୀପାବଳି ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୁଲିସ । ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି । କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ଏହି ସମୟରେ ପୁଲିସର ନିୟମକୁ ଫୁ କରି ବେଆଇନ ଭାବେ ଗଛିତ ବାଣ ବିକ୍ରି ବେଳେ ଚଢ଼ଉ କରି ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୁଲିସ ଜବତ କରିଛି । ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ବାଲିପାଟଣା ଚନ୍ଦ୍ରଶେଖର ମଲ୍ଲିକ୍ ଓ ବିଶ୍ୱନାଥ ମଲ୍ଲିକ । ପରେ ପୁଲିସ ୪୫୭ରେ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନା ଯୋଗ୍ୟଯେ, ଦୀପାବଳି ପାଇଁ ଆସିଲା ଗାଇଡଲାଇନ । ଜାରି କଲା କମିଶନରେଟ ପୁଲିସ । ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି । କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ବାଣ ବିକ୍ରୟ କରିବା ପାଇଁ ୨୫ଟି ସ୍ଥାନରେ ବିଏମସି ସହମତିରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି । ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ । ଲାଇସେନ୍ସ ମୁତାବକ ପ୍ରତ୍ୟେକ ଦୋକାନରେ ୩ ଶହ କେଜି ବାଣ ଜଣେ ଦୋକାନୀ ରଖିପାରିବେ । ଦୁଇଟି ବାଣ ଦୋକାନ ମଝିରେ ୩ ମିଟର ବ୍ୟବଧାନ ରହିବ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ ଓ ପୁଲିସର ସ୍ୱତନ୍ତ୍ର ଟିମ ଏହା ଉପରେ ନଜର ରଖିବେ ଓ ଅଗ୍ନିଶମ ବିଭାଗ ଓ ବିଏମସି ର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବାଣ ତିଆରି ଚାଲିଥିବା ବେଳେ ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୯୩ କେଜିର ଗନ୍ ପାଉଡର ଜବତ କରାଯାଇଛି । ଜଦି କେହି ଗାଇଡଲାଇନକୁ ଫୁ କରି କିମ୍ବା ଚୋରାରେ ବେଆଇନ ଭାବେ ଗନ୍ ପାଉଡର ଆଣି ବାଣ ତିଆରି କଲେ ବାଣ ସିଜ୍ କରିବା ସହ ସମ୍ପୃକ୍ତ ବାଣୁଆ ଓ ବାଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।