ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁର୍ବ୍ୟବହାର: ଶିକ୍ଷକଙ୍କ ନାଁରେ ଏତଲା

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପରିବାର ଲୋକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ଅନୁସାରେ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅଭିଯୁକ୍ତ ଶିକ୍ଷକ ଗତ ଶନିବାର ଦିନ ଅସଦାଚରଣ କରିଥିଲେ । ବିଡ଼ମ୍ବନାର ବିଷୟ ଏଥିରେ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସହାୟତା କରିଥିଲେ । ସେ ଛାତ୍ରୀଙ୍କୁ ଆଶୀଳନ ଭିଡିଓ ଦେଖାଉଥିଲେ ବୋଲି ଛାତ୍ରୀ ଓ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଘରେ କହିଲେ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ ଶିକ୍ଷକ ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା କ୍ଷ ଅନ୍ୟପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି ଶିକ୍ଷକ କହିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାରେ ଥାନାରେ ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଟକ ଅଛନ୍ତି ।