ଶପଥ ନେଲେ ବିଦୁ୍ୟତ ନିୟାମକ ଆୟୋଗ ସଦସ୍ୟ
ଭୁବନେଶ୍ୱର : ଶୈଳଶ୍ରୀ ବିହାରସ୍ଥିତ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ବିଶ୍ୱଜିତ ମହାନ୍ତି ସଦସ୍ୟ ରୂପେ ପଦ ଓ ଗୋପାନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଶ୍ରୀ ମହାନ୍ତିଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ଶପଥ ସମାରୋହରେ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗର ଅନ୍ୟ ସଦସ୍ୟଙ୍କ ସହିତ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲ ନିଦେ୍ର୍ଦଶକ ବି ବି ମେହତା, ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଗ୍ରୀଡ୍କୋ ଏମଡି ତ୍ରିଲୋଚନ ପଣ୍ଡା, ଓଏଚ୍ପିସି ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ ।