ଓଡ଼ିଶା ମାନବାଧିକାର କମିଶନରେ ‘ମୋ ବସ୍’ ମାମଲା ; ତଦନ୍ତ ରିପୋର୍ଟ ନିର୍ଦ୍ଦେଶ

ଓଡ଼ିଶା ମାନବାଧିକାର କମିଶନରେ ପହଞ୍ଚିଲା ‘ମୋ ବସ୍’ ମାମଲା । ଭୁବନେଶ୍ବରରେ ନିୟମିତ ବ୍ୟବଧାନରେ ମୋ ବସ୍ ଦୁର୍ଘଟଣା ଘଟାଇ ଚାଲିଛି । ଗତ ମାସ ୪ ତାରିଖରେ ନନ୍ଦନକାନନ ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ସ୍କୁଲ ପିଲାର ମୃତ୍ୟୁ ଘଟିଥିଲା । ୧୨ ବର୍ଷୀୟ ନାବାଳିକା କୁନି ଜୁଆଡ଼ି ସାଇକେଲରେ ସ୍କୁଲ ଯାଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ୍ । ଦୁର୍ଘଟଣାରେ କୁନି ଜୁଆଡ଼ିର ମୃତ୍ୟୁ ହୋଇଥିଲା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଆଇନଜୀବୀ ପ୍ରବୀର ଦାସ ଓଡ଼ିଶା ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି । ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ‘କ୍ରୁଟ୍’କୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ଅଧ୍ୟକ୍ଷ। ଆସନ୍ତା ମେ’ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।