ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଟ୍ରକ ରାସ୍ତାରେ ଜଳିଗଲା
ସମ୍ବଲପୁର-ରେଢ଼ାଖୋଲ ୫୫ ନମ୍ବର ଜାତୀୟ ରାଜପଥର ହାତିବାରୀ ଟୋଲ ପ୍ଲାଜା ନିକଟରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଟ୍ରକ ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡ ଘଟିଥିବା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଶଟ୍ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଜଣାପଡିଛି।