ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ଜଣାଯାଇଛି। ଏହି ସମୟରେ ସେ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରି ଏମଓୟୁ ସ୍ବାକ୍ଷର କରିବେ । ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ। କେତେକ କମ୍ପାନୀ ସହ ଏମଓୟୁ ସ୍ବାକ୍ଷର କରିବାର ରହିଛି କାର୍ଯ୍ୟକ୍ରମ। ଆଇଓସିଏଲ, ପାଟ୍ରୋନେଟ୍ ଏଲଏନଜି ଏବଂ ଇଣ୍ଡିଆନ ଷ୍ଟ୍ରାଡେଜିକ୍ ପେଟ୍ରୋକେମିକାଲ ରିଜର୍ଭସ ଆଦି କମ୍ପାନୀ ସହ ଚୁକ୍ତିପତ୍ର ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।