ବୈତରଣୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

ପାଟଣା: ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇବେ। ଏହାପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କାର୍ୟ୍ୟକ୍ରମ ରହିଛି।
ଏହାପରେ ମୁଖ୍ୟମନ୍ତ୍ରୀ ଏହି ବ୍ଲକ୍ ଚାକୁଣ୍ଡା ପାଳ ପଞ୍ଚାୟତ ଶ୍ୟାମ ସୁନ୍ଦରପୁର ଗ୍ରାମର ବରିଷ୍ଠ ଭାଜପା ନେତା ତଥା କେନ୍ଦୁଝର ଏମ ପି ଅନନ୍ତ ନାୟକଙ୍କ ଜିଲାପାଳ ପ୍ରତିନିଧି ହରି ମହାନ୍ତଙ୍କ ଘରେ ଜଳଖିଆ କରି କେନ୍ଦୁଝରକୁ ସଡକ ପଥରେ ଗସ୍ତ କାର୍ୟ୍ୟକ୍ରମ ରହିଛି।
ସୂଚନା ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୨୦୨୨ମସିହା ରେ ସଦର ବିଧାୟକ ଥିବା ବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୟା ଘାଟରେ ବୁଡ ପକାଇଥିଲେ। ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ଵିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତିକୁ ପାଟଣା ଅଞ୍ଚଳର ବୁଦ୍ଧିଜିଵୀ ମାନେ ସ୍ୱାଗତ କରିଛନ୍ତି।