ପ୍ରଚ୍ଛଦ ପଟରେ ସ୍ମୃତିରେଖା

ପ୍ରଚ୍ଛଦ ପଟରେ ସ୍ମୃତିରେଖା


ଆଇନମନ୍ତ୍ରୀଙ୍କୁ ଭେଟି ବିଜେପି କାର୍ଯ୍ୟକର୍ତ୍ତା ଦାବିପତ୍ର ଦେବା ପଛର ପ୍ରଚ୍ଛଦପଟରେ ଅଛନ୍ତି ବିଜେପି ନେତ୍ରୀ ସ୍ମୃତିରେଖା ପହି । ଯଦିଓ ପହି ମନ୍ତ୍ରୀଙ୍କୁ ଭେଟି ନାହାନ୍ତି, କିନ୍ତୁ ତାଙ୍କ ଇଙ୍ଗିତ ଏବଂ ନେତୃତ୍ୱରେ ହିଁ ଏହା ସମ୍ଭବପର ହୋଇଛି । ପ୍ରଚ୍ଛଦପଟରେ ଏଇଥିପାଇଁ କୁହାଯାଉଛି କି ମନ୍ତ୍ରୀଙ୍କୁ ଯେଉଁ ଦାବିପତ୍ର ଦିଆଯାଇଛି, ତାହା ଭାରତୀୟ ଜନତା ପାର୍ଟି ଧର୍ମଶାଳା ସହ ତଳେ ସ୍ମୃତିରେଖା ପହିଙ୍କ ନାଁ ରହିଛି । ଅତଏବ ସ୍ମୃତିରେଖାଙ୍କ ପ୍ୟାଡ଼ରେ ବିଜେପି କାର୍ଯ୍ୟକର୍ତା ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସମୟରେ ସ୍ମୃତିରେଖା ଉପସ୍ଥିତ ନହେବା ପଛରେ କାରଣ ଯାହାବି ଥାଉନା କାହିଁକି, କିନ୍ତୁ ତାଙ୍କ ଇସାରାରେ ଏସବୁ କାର୍ଯ୍ୟ ହୋଇଛି । ଯେଭଳି ଗତମାସ ୨୨ତାରିଖରେ ବିଜେପି କାର୍ଯ୍ୟକର୍ତା ଶାନ୍ତିବଜାର ସ୍ଥିତ ବିଜେପି କାର୍ଯାଳୟରେ ସ୍ମିତାରାଣୀ ହତ୍ୟା ଅଭିଯୋଗରେ ଜେଲଯାଇଥିବା ରୁପେଶ ଭଦ୍ରଙ୍କୁ ଟାର୍ଗେଟ କରିଥିଲେ । ରୁପେଶ ଧର୍ମଶାଳା ଥାନାରେ କିଛି ବିଜେପି ନେତାଙ୍କ ବିରୁଦ୍ଧରେ ଏତଲା କରିବା ପରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ବିଜେପି ରୁପେଶଙ୍କ ବିରୁଦ୍ଧରେ ବିଷ ଉଗାଳିଥିଲେ । ଆଉ ବିଷୟ ଓଗାଳିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ତକôାଳୀନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଏବର ସ୍ଥାନୀୟ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ନିଶାନା କରିଥିଲେ । ଠିକ୍ ସେହିପରି ସ୍ମୃତିରେଖା ପ୍ରଚ୍ଛଦପଟରେ ରହି ସ୍ମୃତାରାଣୀ ମାମଲାକୁ ଉଖୁରାଇ ପରୋକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଅଡ଼ୁଆରେ ପକାଇବାକୁ ବଡ଼ ଯୋଜନା କରିଥିବା ଧର୍ମଶାଳାରେ ଚର୍ଚ୍ଚା ହେଉଛି । ସ୍ମୃତିରେଖାଙ୍କ ଯୋଜନା କେତେଦୂର ସଫଳ ହେଉଛି, ତାହା କେବଳ ଦେଖିବାର ଅଛି ।