ଖଡ଼ିଛୁଆଁ ଦିବସ : ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ

ଛାତ୍ରଙ୍କୁ ଖଡ଼ି ଛୁଆଇଁଲେ ଗଣଶିକ୍ଷା ମନ୍ତ୍ରୀ । ଆଜିଠୁ ଶିଶୁ ବାଟିକା ଆରମ୍ଭ ହେଉଥିବାବେଳେ, ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପିଲାଙ୍କୁ ଖଡିଛୁଆଁ କରିଛନ୍ତି । ଚଳିତ ଏପ୍ରିଲ ୨ ତାରିଖରୁ ଶିକ୍ଷାର୍ଥୀମାନଙ୍କ ନାମ ଲେଖାଯିବ । ସେପ୍ଟେମ୍ବର ୧ ତାରିଖକୁ ବୟସ ୬ ବର୍ଷ ସମ୍ପୂର୍ଣ୍ଣ ହେଉଥିଲେ ସେହି ପିଲାର ନାମ ପ୍ରଥମ ଶ୍ରେଣୀରେ ଲେଖାଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ କରାଯିବ । ଏହାଦ୍ୱରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଲାଭ ହେବ ଓ ପିଲାଙ୍କ ଶିକ୍ଷାରେ ଉନ୍ନତି ଆସିବ। ଏହାକୁ ନେଇ ପିଲାଙ୍କ ମଧ୍ୟରେ ଓ ଅଭିଭାବକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହି ଖଡ଼ିଛୁଆଁ ପର୍ବ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରସ୍ତୁତି ହୋଇଛି ଶିଶୁବାଟିକା । ଶିକ୍ଷକ ମାନଙ୍କୁ ଶିଶୁବାଟିକା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଏଥିସହ ରାଜ୍ୟରେ ରାଜ୍ୟସ୍ତରୀୟ ଖଡ଼ିଛୁଆଁ ଉତ୍ସବ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ହେବ ।
ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଧାୟକମାନେ ଉପସ୍ଥିତ ରହିବେ । ପୂର୍ବରୁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କୁ ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷାଦାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ବାସ୍ତବ ରୂପ ଦେବା ପାଇଁ ନୂଆ ଶିକ୍ଷା ନୀତି ୨୦୨୦କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେଉଛି।