ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର
ଭୁବନେଶ୍ୱର: ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ। ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର। ଏନେଇ ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ଘୋଷଣା କଲେ CM।କେବଳ ସେତିକି ନୁହେଁ ସବୁ ସୁରକ୍ଷା ସତ୍ତ୍ୱେ ଯଦି କର୍ମକ୍ଷେତ୍ରରେ ସଫେଇ ସର୍ମଚାରୀଙ୍କ ମୃତ୍ୟୁ ହୁଏ ତାହାଲେ ପରିବାରକୁ ମିଳିବ ୩୦ ଲକ୍ଷ ସହାୟତା ରାଶି। ଏହାସହ ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଫୋନ୍ ଦେବେ ସରକାର। ତାସହିତ ସହରୀ ପିଏମ୍ ଆବାସ ଯୋଜନାରେ କର୍ମୀଙ୍କୁ ଛାତ ଘର ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।