ଚାଏ ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ଚାଏ ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ । କେନ୍ଦୁଝର ଷ୍ଟାଡିୟମରେ ମର୍ଣ୍ଣିଙ୍ଗ ୱାକ୍ କରିବା ସହ ଚା ଖଟିରେ ‘ଚାଏ ପେ ଚର୍ଚ୍ଚା’ କରିଛନ୍ତି ମୋହନ ମାଝୀ । ସ୍ଥାନୀୟଲୋକ ଏବଂ କ୍ରୀଡ଼ାବିତ୍‌ଙ୍କ ସହ କରିଛନ୍ତି ଆଲୋଚନା । 

ଶନିବାର ସକାଳ ୭ ଟା ୫୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଷ୍ଟାଡିୟମଠାରେ ପହଞ୍ଚି ଜନସାଧାରଣଙ୍କ ସହ ମର୍ଣ୍ଣିଙ୍ଗ ୱାକ୍ କରିଥିଲେ । ବିଭିନ୍ନ କ୍ଲବ, ସଙ୍ଗଠନ ଏବଂ ପ୍ରତିଦିନ ଷ୍ଟାଡିୟମରେ ଦୌଡ କରୁଥିବା ଶହଶହ ଯୁବକ ଯୁବତୀମାନଙ୍କ ସହ ପଡିଆରେ ମର୍ଣ୍ଣିଙ୍ଗ ୱାକ୍‌ କରିଥିଲେ । ଏଥି ସହିତ କିଛି ଆଥଲେଟ୍ ପିଲାଙ୍କ ସହ ପଡ଼ିଆରେ ମଧ୍ୟ ଦୌଡିଥିଲେ । ଷ୍ଟାଡିୟମ ନିକଟସ୍ଥ ବିଦେଶୀ ଚାହା ଦୋକାନରେ ‘ଚାଏ ପେ ଚର୍ଚ୍ଚା’ କାର୍ୟ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ‘ମର୍ଣ୍ଣିଂୱାକ୍ ସ୍ବାସ୍ଥ୍ୟ ପାଇଁ ହିତକର, ସମସ୍ତେ କରିବା କଥା’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।