ଏଇ ମାସରେ ବଦଳିବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ
କିଛି ମାସ ହେଲା ରାଜ୍ୟରେ ମନ୍ତ୍ରିମଣ୍ଡଳ ବଦଳିବା ନେଇ ଚର୍ଚ୍ଚା ହୋଇଆସୁଛି । ମୋହନ କ୍ୟାବିନେଟରେ ଏବେ ବି ୬ଟି ମନ୍ତ୍ରିପଦ ଖାଲି ପଡ଼ିଥିବାରୁ, ଏହି ଖାଲି ଜାଗାରେ କେଉଁ ବିଧାୟକ ମନ୍ତ୍ରୀ ହେବେ ତାକୁ ଆଲୋଚନା ବଢ଼ୁଛି । କୁହାଯାଇଛି ସେପ୍ଟେମ୍ବର ମାସ ଭିତରେ ହିଁ ବଦଳିବ ମୋହନଙ୍କ ମନ୍ତ୍ରିମଣ୍ଡଳ । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହେଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ କ୍ୟାବିନେଟରେ କେବଳ ୧୫ ଜଣ ମନ୍ତ୍ରୀ ସାମିଲ ଅଛନ୍ତି । କିଛି ମନ୍ତ୍ରୀଙ୍କୁ ଦୁଇରୁ ତିନିଟି ବିଭାଗର ମନ୍ତ୍ରିପଦ ମଧ୍ୟ ମିଳିଛି, ତେଣୁ ଏହି ସବୁ ମନ୍ତ୍ରୀଙ୍କ ପାଖରୁ ଦାୟିତ୍ୱ ହଟେଇ, କିଛି ନୂଆ ବିଧାୟକଙ୍କୁ ମନ୍ତ୍ରିପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।ଏଥର ଇଲେକ୍ସନରେ ୭୮ ଆସନ ଜିତି ସରକାରକୁ ଆସିଛି ବିଜେପି । ଯେଉଁଥିରେ ୫୪ ଜଣ ନୂଆ ବିଧାୟକ ରହିଥିବାବେଳେ, ୨୪ ଜଣ ହେଉଛନ୍ତି ପୁରୁଣା ବିଧାୟକ । ତେବେ ଏହି ବିଧାୟକମାନଙ୍କ ଭିତରୁ କିଛି ନେତାଙ୍କୁ ନୂଆକରି ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସହିତ ବର୍ତ୍ତମାନ ମନ୍ତ୍ରୀ ଥିବା କିଛି ନେତାଙ୍କୁ ପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେପି ସରକାରକୁ ଏହା ଭିତରେ ଦେଢ଼ ବର୍ଷ ବିତିଲାଣି । ତେଣୁ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ଏହି ମାସରେ ହିଁ ମନ୍ତ୍ରିମଣ୍ଡଳ ବଦଳିବ । ଏହାସହିତ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଏହି ମାସରେ ଶେଷ ହେବ । କୁହାଯାଇଛି, ଦିଲ୍ଲୀରେ ହିଁ ସବୁତକ ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ନାଁ ନେଇ ଚୂଡ଼ାନ୍ତ ମୋହର ବାଜି ସାରିଛି । ଯେହେତୁ ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି, ତେଣୁ ତା ପୂର୍ବରୁ ମନ୍ତ୍ରିମଣ୍ଡଳ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଖାଲିପଡ଼ିଛି ୬ ମନ୍ତ୍ରୀ ପଦ: ଏଥର ଇଲେକ୍ସନରେ ୭୮ ଆସନ ଜିତି ସରକାରକୁ ଆସିଛି ବିଜେପି । ଯେଉଁଥିରେ ୫୪ ଜଣ ନୂଆ ବିଧାୟକ ରହିଥିବାବେଳେ, ୨୪ ଜଣ ରହିଛନ୍ତି ପୁରୁଣା ବିଧାୟକ । ନିୟମ ମୁତାବକ, ଏହା ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ୧୫ ଜଣ ନେତା ଅଛନ୍ତି । ତେଣୁ ଏବେ ବି ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି ।