ସାଇବର ଥାନାରେ ମନୋଜ ମିଶ୍ର ଓ ପତ୍ନୀ

ସାଇବର ଥାନାରେ ମନୋଜ ମିଶ୍ର ଓ ପତ୍ନୀ

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ଵିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡ଼ିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା  କରୁଛନ୍ତି। ଏହାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ବହୁ ପ୍ରକାରର ଟ୍ରୋଲ କରା ଯାଉଛି।  ସେହି ସବୁ ସୋସିଆଲ ମିଡ଼ିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ପ୍ରସାରଣକୁ ବନ୍ଦ କରିବାକୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି । 

ମନୋଜ ମିଶ୍ର ଏବଂ ମମତାଙ୍କ ବିଷୟରେ ବହୁ କଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରବାହିତ ହୋଇ଼ିଛି । ୟୁଟ୍ୟୁବ୍‌ରେ  ତାଙ୍କର ବ୍ୟକ୍ତିଗତ ଜୀବନ ଓ ଦ୍ଵିତୀୟ ବିବାହକୁ ନେଇ ବହୁ ପ୍ରକାର ଖବର ଚଲା ଯାଇଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମନୋଜ ମିଶ୍ର।