ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ;ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି
ଭୁବନେଶ୍ୱର : ରାଜ୍ୟର ୭ଟି ଜିଲାର ହେବ ଇଂରାଜୀ ନାମ ସଂଶୋଧନ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଓଡ଼ିଆ ନାମ ଅନୁସାରେ ଇଂରାଜୀ ନାମର ସ୍ପେଲିଙ୍ଗ ରହିବ । ମୋଟ୍ ୧୧ ଜିଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ । ଯଦି କୌଣସି ଅଭିଯୋଗ ରହିଛି ତେବେ ୧୫ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ଜିଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ମହାକାଳପଡ଼ାକୁ ଇଂରାଜୀରେ ମହାକାଳପରା ଲେଖାଯାଉଥିବା ବେଳେ ତାକୁ ସଂଶୋଧନ କରାଯିବ । ଦେବଗଡ଼ ଜିଲାକୁ ଆଉ ଇଂରାଜୀରେ ଦେଓଗଡ଼ ନଲେଖାଯାଇ ଦେବଗଡ଼ ଲେଖାଯିବ । କେନ୍ଦ୍ରାପଡ଼ାକୁ ଇଂରାଜୀରେ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଥିବା ବେଳେ ରାଜ୍ୟ ସରକାର ଏହାର ସଂଶୋଧନ କରିବେ । ସେହପରି ଅନୁଗୁଳ ଜିଲା ଏବଂ ପାଲଲହଡ଼ାର ମଧ୍ୟ ଇଂରାଜୀ ନାମ ପରିବର୍ତ୍ତନ ହୋଇପାରେ ।