୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା : ମୁକେଶ ମହାଲିଙ୍ଗ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା : ମୁକେଶ ମହାଲିଙ୍ଗ

ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ନେଇ ଉତ୍ତର ରଖିଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି । ଅଧିକ 5G ଟାୱାର ଅପଗ୍ରେଡ଼ କରାଯାଉଛି । ୨୦୨୫ ମାର୍ଚ ସୁଦ୍ଧା ଅନକନେକ୍ଟେଡ୍ ଗାଁକୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ ବୋଲି ଗୃହରେ ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି । ପାହାଡ଼ିଆ ଅଞ୍ଚଳରେ ଟାୱାର ସଂଯୋଗୀକରଣ ହୋଇପାରିନାହିଁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ତଥ୍ୟକୁ ସଠିକ କହିଲେ ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି । ଖୁବଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍ ସେବା ମିଳିବ ।