ଜୁନରୁ - ସେପ୍ଟେମ୍ବର  ୧୧୫୧ ମିମି ବର୍ଷା

ଜୁନରୁ - ସେପ୍ଟେମ୍ବର  ୧୧୫୧ ମିମି ବର୍ଷା

ଭୁବନେଶ୍ୱର : ଜୁନ ପହିଲାରୁ ସେପ୍ଟେମ୍ବର ୩୦ । ଏହାକୁ ହିଁ କୁହାଯାଏ ମୌସୁମୀ ଋତୁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏବର୍ଷ ସାରା ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ମୌସୁମୀ ସମୟରେ ସାଧାରଣତଃ ୧୧୫୦.୨ ମିମି ବର୍ଷା ହେଉଥିବାବେଳେ ଚଳିତ ବର୍ଷ ୧୧୫୦.୯ ମିମି ବର୍ଷା ହୋଇଛି । ତେବେ ପୁରୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ କୋରାପୁଟ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟରେ ଅତ୍ୟଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି । ଆଇଏମଡ଼ିର ରିପୋର୍ଟ ଅନୁସାରେ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ୱାଭାବିକ ବର୍ଷା ହୋଇଛି ।